ଦିଲ୍ଲୀ ରାସ୍ତାରେ ୧୫୦ ନୂଆ ଇଲେକଟ୍ରିକ ବସ ସାମିଲ

ଇଲେକଟ୍ରିକ ବସକୁ ଜାନୁଆରୀରେ ସବୁଜ ସଙ୍କେତ ଦେଖାଇଥିଲେ…

ନୂଆଦିଲ୍ଲୀ: ଦିଲ୍ଲୀର ଡିଟିସିରେ ୧୫୦ ନୂଆ ଇଲେକଟ୍ରିକ ବସ ସାମିଲ ହୋଇଛି । ଏହି ବସକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପରିବହନ ମନ୍ତ୍ରୀ କୈଳାଶ ଗେହଲତ ଇନ୍ଦ୍ରପ୍ରସ୍ଥ ଡିପୋରୁ ସବୁଜ ସଙ୍କେତ ଦେଖାଇଛନ୍ତି । ଉକ୍ତ ବସରେ ସିସିଟିଭି କ୍ୟାମେରା, ଜିପିଏସ, ୨ଟି ପ୍ୟାନିକ ବଟନ୍‌ ଓ ଦିବ୍ୟାଙ୍ଗଙ୍କ ପାଇଁ ର‍୍ୟାମ୍ପ ଭଳି ଅନେକ ଅତ୍ୟାଧୁନିକ ସୁବିଧା ରହିଛି । ସୂଚନାଯୋଗ୍ୟ, ଏହାପୂର୍ବରୁ କେଜ୍ରିୱାଲ ୨ଟି ପ୍ରୋଟୋଟାଇପ ଇଲେକଟ୍ରିକ ବସକୁ ଜାନୁଆରୀରେ ସବୁଜ ସଙ୍କେତ ଦେଖାଇଥିଲେ ।