ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ

ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ….

ନୂଆଦିଲ୍ଲୀ :  ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ । ବ୍ୟାଘ୍ର ସଂରକ୍ଷଣ ଓ ସେମାନଙ୍କର ବଂଶ ବୃଦ୍ଧି ଉପରେ ସଚେତନତା ସୃଷ୍ଟି କରାଯାଉଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଯୋଗୁଁ ୨୦୧୪ ତୁଳନାରେ ୨୦୧୮-୧୯ରେ ବାଘମାନଙ୍କର ସଂଖ୍ୟା ଦ୍ୱିଗୁଣିତ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ସେହି ସମୟ ମଧ୍ୟରେ ବ୍ୟାଘ୍ର ଅଭୟାରଣ୍ୟ ସଂଖ୍ୟା ୯ରୁ ୫୨କୁ ବୃଦ୍ଧି ପାଇଛି । ଶ୍ରୀ ଯାଦବ କହିଛନ୍ତି ଭାରତରେ ଏବେ ୨ ହଜାର ୯୬୭ଟି ବାଘ ରହିଛନ୍ତି, ଯାହା ବିଶ୍ୱର ମୋଟ୍‍ ବାଘମାନଙ୍କ ସଂଖ୍ୟାର ଶତକଡ଼ା ୭୫ ଭାଗ । ବାଘମାନଙ୍କର ସଂରକ୍ଷଣ ଓ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।