ବାରାମୂଲାରେ ଦୁଇ ଆତଙ୍କୀ ଗିରଫ

କୁଲଗାମ ଜିଲ୍ଲାରେ ସରପଞ୍ଚଙ୍କ ହତ୍ୟା ଅଭିଯୋଗରେ ୩ ଜଣ ଆତଙ୍କବାଦୀ ସମେତ ମୋଟ ୫ ଜଣଙ୍କୁ

ଜାମ୍ମୁ-କାଶ୍ମୀର: କୁଲଗାମ ଜିଲ୍ଲାରେ ସରପଞ୍ଚଙ୍କ ହତ୍ୟା ଅଭିଯୋଗରେ ୩ ଜଣ ଆତଙ୍କବାଦୀ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛନ୍ତି ସୁରକ୍ଷା ବାହିନୀର ଯବାନ । ପୋଲିସ ବିଭାଗର କାର୍ଯ୍ୟରତ ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଗତ ମାର୍ଚ୍ଚ ମାସରେ ଆତଙ୍କବାଦୀଙ୍କ ସହିତ ୫ ଜଣ ଅଭିଯୁକ୍ତ ସରପଞ୍ଚ ମହମ୍ମଦ ୟାକୁବ ଡାରଙ୍କୁ ହତ୍ୟା କରିଥିଲେ । ସେିହପରି ତଦନ୍ତ ସମୟରେ ଜଣାପଡିଲା ଯେ ହିଜବୁଲର ଏକ ସକ୍ରିୟ ଆତଙ୍କବାଦୀ ଫାରୁକ ଅହମଦ ଭଟକୁ ପାକିସ୍ତାନସ୍ଥିତ ଆତଙ୍କବାଦୀ ଆକାଓକୁ କୁଲଗାମରେ ପଞ୍ଚାୟତିରାଜ ପ୍ରତିଷ୍ଠାନର ସଦସ୍ୟକୁ ଟାର୍ଗେଟ କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା । ଭଟ୍ଟ ନିଜ ଲକ୍ଷ୍ୟରେ ପହଞ୍ଚି ସକ୍ରିୟ ଆତଙ୍କବାଦୀ ରାଜା ନଦୀମ ରାଠେରକୁ ନିଜ ସହଯୋଗୀ ନାସିର ଅହମଦ ୱାନୀ, ଆଦିଲ ମଂଜୁର ଓ ମାଜିଦ ରାଠେରଙ୍କ ସହିତ ହତ୍ୟା କରିଥିଲେ । ବାରାମୂଲା ଜିଲ୍ଲାରେ ପୋଲିସ ଜୈଶ-ଏ-ମହମ୍ମଦର ସଂଗଠନର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଗୁଳି-ବନ୍ଧୁକ ଜବତ ହୋଇଛି ।