ଚୀନ କବ୍‌ଜାରେ ୟୁଗାଣ୍ଡା ବିମାନବନ୍ଦର

କମ୍ପାଲା : ଚୀନ କବ୍‌ଜାରେ ୟୁଗାଣ୍ଡା ବିମାନବନ୍ଦର । ୟୁଗାଣ୍ଡା ସରକାର ଋଣ ଚୁକ୍ତା କରିବାରେ ବିଫଳ ହେବାରୁ ଏହି ବିମାନ ବନ୍ଦରକୁ ଚୀନ ହାତରେ ଟେକିଦେବାକୁ ବାଧ୍ୟ ହୋଇଛି । ଏକ ଅନ୍ତଜାର୍ତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଣ୍ଟାବେ ବିମାନବନ୍ଦର ଓ ଅନ୍ୟ ସମ୍ପତ୍ତିକୁ ଋଣଦାତା କୋରକ କରିନେଇଛନ୍ତି । ଋଣ ଦାତାଙ୍କ ଅସୁଲି ଲାଗି ମଧ୍ୟସ୍ଥତାଙ୍କ ସହମତିରେ ଏହି ପଦକ୍ଷେପ ନିଆଯାଇଛି । ୟୁଗାଣ୍ଡା ସରକାର ୨୦୧୫ ମସିହାରେ ବେଜିଂ ମଧ୍ୟସ୍ଥତାରେ ଚୀନ ଏକଜିମ ବ୍ୟାଙ୍କରୁ ଋଣ ନେଇଥିଲେ ।

ଏହି ଋଣ ପାଇଁ ବିମାନବନ୍ଦରକୁ ବନ୍ଧକ ରଖିଥିଲା । ଏଣୁ ସର୍ତ୍ତ ଅନୁସାରେ ୟୁଗାଣ୍ଡା ସରକାର ଋଣ ରାଶି ଚୁକ୍ତି କରିବାରେ ବିଫଳ ହୋଇଥିବାରୁ ବିମାନବନ୍ଦର ସମର୍ପଣ କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ପରେ ୟୁଗାଣ୍ଡା ଋଣ ସମ୍ପର୍କରେ ପୁଣିଥରେ ଚୀନ୍‌ ସହ ଆଲୋଚନା କରିବାକୁ ଚାହିଁଥିଲା । ହେଲେ ଚୀନ କୌଣସି ଆଲୋଚନାକୁ ପ୍ରଶୟ ଦେଇନଥିଲେ । ଅନ୍ୟପକ୍ଷରେ ରାଷ୍ଟ୍ରପତି ୟୋଭେରୀ ମୁସେଭେନୀ ଏକ ପ୍ରତିନିଧି ମଣ୍ଡଳକୁ ବେଜିଂ ପଠାଇଥିଲେ । ଏକଜିମ୍‌ ବ୍ୟାଙ୍କର ଋଣ ସର୍ତ୍ତ ନେଇ ପୁଣିଥରେ ଆଲୋଚନା ନିମନ୍ତେ ପ୍ରତିନିଧି ଦଳ ଯାଇଥିଲେ ବି ଏହା ବିଫଳ ହୋଇଥିଲା । ଏବେ ଚୀନ ୟୁଗାଣ୍ଡାର ଜାତୀୟ ବିମାନବନ୍ଦର ଜବତ କରିଥିବା ଜଣାପଡିଛି ।