ବାଣ ବିସ୍ଫୋରଣ, ୬ ମୃତ

ଉନା : ହିମାଚଳପ୍ରଦେଶର ଏକ ବାଣ କାରଖାନାରେ ଅଘଟଣ ଘଟିଛି। କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି, ୧୦ ରୁ ଅଧିକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି।

ଜଣେ ଆହତ କହିବାନୁଯାୟୀ, ବିସ୍ଫୋରଣରେ କାରଖାନାରେ ପ୍ରାୟ ୩୦ ରୁ ୩୫ ଜଣ କାମ କରୁଥିଲେ। ହଠାତ ବିସ୍ଫୋରଣ ପରେ ଚାରିଆଡେ ନିଆଁ ବ୍ୟାପିବାକୁ ଆରମ୍ଭ ହୋଇଥିଲା। ମୃତକ ୬ ଜଣ ମହିଳା କର୍ମଚାରୀ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ବିସ୍ଫୋରଣର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।