ମାସକୁ ୧୭ହଜାର ବଦଳରେ ୧୦ହଜାର ଟଙ୍କା ଭରଣପୋଷଣ ଦେବେ ସୁମିତ

ଡାକ୍ତର ସୁମିତ ଓ ତପସ୍ଵିନୀ ଦାମ୍ପତ୍ତ୍ୟ ବିବାଦ ମାମଲା

ବ୍ରହ୍ମପୁର : ତପସ୍ଵିନୀଙ୍କ ଭରଣପୋଷଣ ବାବଦରେ ମାସକୁ ୧୦ ହଜାର ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଭରଣପୋଷଣ ବାବଦକୁ ମାସକୁ ୧୭ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଥିଲା। ଅନ୍ୟପଟେ ତପସ୍ଵିନୀଙ୍କ ପାଇଁ ଅନ୍ୟତ୍ର ରହଣି ଲାଗି ବ୍ୟବସ୍ଥା କରାଯାଉଥିବା ସୁମିତଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ତପସ୍ଵିନୀ ଶାଶୁଘରେ ରହି ପାରିବେ ବୋଲି କୋର୍ଟ କହିଛନ୍ତି ।

ସୋମବାର ମାସିକ ଭରଣ ପୋଷଣ ବାବଦରେ ୧୭ହଜାର ଟଙ୍କା ନେବା ପାଇଁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପହଞ୍ଚି ୧୭ହଜାର ଟଙ୍କା ବ୍ୟାଙ୍କ ଚେକ୍ ତପସ୍ବିନୀ ଗ୍ରହଣ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ସୁମିତ ତାଙ୍କ ସ୍ତ୍ରୀ ତପସ୍ବିନୀଙ୍କୁ ଭରଣ ପୋଷଣ ବାବଦରେ ୧୭ହଜାର ଟଙ୍କାର ଚେକ୍ କୋର୍ଟରେ ଦାଖଲ କରିଥିବା ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା କହିଥିଲେ । ପ୍ରତି ମାସର ୧୦ ତାରିଖ ଭିତରେ ଭରଣ ପୋଷଣ ବାବଦରେ ୧୭ହଜାର ଟଙ୍କା ଦେବାକୁ କୋର୍ଟ ଆଦେଶ କରିଥିଲେ । ଦୁଇ ମାସ ବଦଳରେ ଗୋଟିଏ ମାସର ପ୍ରଦାନ କରିଥିବା ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଥିଲେ ।