ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜାପାନରେ ଦୁଇ ନେତାଙ୍କ…

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜାପାନରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହେବା ନେଇ ସୂଚନା ଦିଆଯାଇଛି । ବାଇଡେନ ଆସନ୍ତା ସପ୍ତାହରେ କ୍ୱାଡ୍‌ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ଗସ୍ତ କରି​‌ବେ । ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବେ ବୋଲି ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସିଲିଭାନ୍‌ କହିଛନ୍ତି । ଏହି ସାକ୍ଷାତ​‌ରେ ଦୁଇ ନେତା ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ ବୋଲି କୁହାଯାଇଛି । ତାହାସହ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା (ଯୁକ୍ତରାଷ୍ଟ୍ର) ସହିତ ଗଠିତ କ୍ୱାଡ୍‌ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନର ଏକ ବଡ଼ ପଦକ୍ଷେପ ଥିଲା । ଏପର୍ଯ୍ୟନ୍ତ, ତିନୋଟି କ୍ୱାଡ୍ ସମ୍ମିଳନୀ ହୋଇଛି, ସେଥିମଧ୍ୟରୁ ଦୁଇଟି ଭର୍ଚୁଆଲ୍ କରାଯାଇଛି ।