ଆଜି ରାଜ୍ୟରେ ୧୧ ହଜାର ୬୦୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ୩୦ଟି ଜିଲ୍ଲାରୁ ୧୧ ହଜାର ୬୦୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୬୭ ହଜାର ୯୪କୁ ବୃଦ୍ଧି ପାଇଛି। ସଙ୍ଗରୋଧରୁ ୬୭୨୮, ସ୍ଥାନୀୟ ଅଂଚଳରୁ ୪୮୭୯ ଓ ୧୮ ବର୍ଷ ବୟସ ମଧ୍ୟରେ ୯୯୧ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୪୩୪୭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୧୯, କଟକରୁ ୮୯୮, ସମ୍ବଲପୁରରୁ ୩୯୦ ଓ ବାଲେଶ୍ୱରରୁ ୩୦୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁରରୁ ୨୩୧, ବଲାଙ୍ଗୀର ଓ ରାୟଗଡାରୁ ୨୨୯ ଲେଖାଏଁ, ଝାରସୁଗୁଡ଼ାରୁ ୨୧୯, ନୟାଗଡ଼ରୁ ୨୦୬, ଅନୁଗୁଳରୁ ୧୮୫, ମୟୁରଭଞ୍ଜରୁ ୧୭୪, କୋରାପୁଟରୁ ୧୬୮, ନୂଆପଡ଼ାରୁ ୧୬୬, ପୁରୀରୁ ୧୫୭, ଭଦ୍ରକରୁ ୧୫୩, ନବରଙ୍ଗପୁରରୁ ୧୪୯, ବରଗଡ଼ରୁ ୧୪୫, ଜଗତସିଂହପୁରରୁ ୧୩୪, କେନ୍ଦୁଝରରୁ ୧୨୧, କେନ୍ଦ୍ରାପଡ଼ାରୁ ୧୧୯, ସୋନପୁରରୁ ୧୧୪, କଳାହାଣ୍ଡିରୁ ୧୦୩, ଗଂଜାମରୁ ୯୩, ଗଜପତିରୁ ୮୭, ମାଲକାନଗିରିରୁ ୮୫, କନ୍ଧମାଳରୁ ୮୦, ବୌଧରୁ ୭୮, ଦେଓଗଡ଼ରୁ ୭୫, ଢେଙ୍କାନାଳରୁ ୭୧ ଏବଂ ଷ୍ଟେଟପୁଲରୁ ୮୭୭ ଅଛନ୍ତି। ଗତକାଲି ୭୭୪୫ ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା ୧୦ ଲକ୍ଷ ୭୩ ହଜାର ୭୭୭କୁ ବୃଦ୍ଧି ପାଇଛି।