ଭିଜିଲାନ୍ସ ଜାଲରେ ହସ୍ତଶିଳ୍ପ ସହ-ନିର୍ଦ୍ଦେଶକ

 ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର । ଜଣେ କାରିଗରଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ପ୍ରଭାତ । ବିଲ୍ କରାଇଦେବାକୁ କହି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ପ୍ରଭାତଙ୍କଠାରୁ ସମସ୍ତ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି ମାମଲାରେ ପ୍ରଭାତଙ୍କ ଡୁଆଲ ହାଇଟ୍ ଆପାର୍ଟମେଣ୍ଟ,ପଟିଆ, ଭୁବନେଶ୍ୱର ନମ୍ବର ୨୦୯, କଟକ ବାଦାମବାଡ଼ିରେ ଭଡ଼ା ଘର, ସୁନ୍ଦରଗଡ଼ରେ ଥିବା ପୈତୃକ ଘର ଏକକାଳୀନ ରେଡ୍ ଚାଲିଛି ।