ଲିଫ୍ଟରୁ ପଡି ବୃଦ୍ଧ ମୃତ

ଭୁବନେଶ୍ୱର: ଲିଫ୍ଟରୁ ପଡି ବୃଦ୍ଧଙ୍କ ମୃତ୍ୟୁ । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ରାସ୍ତାରେ ଥିବା ହାଇଟେକ୍‌ ପ୍ଲାଜାର ଲିଫ୍ଟରୁ ପଡି ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ସୀମାଞ୍ଚଳ ମହାପାତ୍ର ବୋଲି ଜଣାପଡିଛି । ସେପଟେ ହାଇଟେକ୍ ମେଣ୍ଟେନାନ୍ସ ବିରୁଦ୍ଧରେ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ମୃତ ସୀମାଞ୍ଚଳ ମହାପାତ୍ରଙ୍କ ଘର ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସେ ହାଇଟେକ ପ୍ଲାଜାରେ ଘର କିଣି ଦୀର୍ଘ ଦିନ ଧରି ରହି ଆସୁଥିଲେ ।