ଟାଟା ମୋଟର୍ସ ଲଞ୍ଚ କଲା Tata Punch

ନୂଆଦିଲ୍ଲୀ: ଟାଟା ମୋଟର୍ସ ନିଜର ନୂଆ କାର ଟାଟା ପଞ୍ଚ ଭାରତରେ ଲଞ୍ଚ କରିଛି। ଲଞ୍ଚ ହେବା ପୂର୍ବରୁ ଟାଟା ପଞ୍ଚର ତମାମ ଫିଚର୍ସକୁ ନେଇ ଚର୍ଚ୍ଚା ହୋଇଛି। କିନ୍ତୁ ନୂଆ ଟାଟା ପଞ୍ଚ କାରର ଦାମ ଏବେ ଖୁଲାସା ହୋଇଛି। ଟାଟା ମୋଟର୍ସ ଟାଟା ପଞ୍ଚର ପ୍ରାରମ୍ଭିକ ଦାମ ୫.୪୯ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛି। ଟାଟା ମୋଟର୍ସ ଦାବି କରିଛି ଯେ ଏହା ନିଜ ସେଗମେଣ୍ଟର ସବୁଠାରୁ ଭଲ କାର।

ଟାଟା ପଞ୍ଚର ପ୍ରି-ବୁକିଂ ଅକ୍ଟୋବର ୪ ତାରିଖରୁ ଜାରି ହୋଇଛି। ଆପଣ ମାତ୍ର ୨୧ ହଜାର ଟଙ୍କା ଦେଇ ଏହି କାର ବୁକ କରିପାରିବେ। ଟାଟା ମୋଟର୍ସ ଦାବି କରିଛି ଯେ ମାନୁଆଲ ଟ୍ରାନ୍ସମିଶନରେ ଏହି ଏସୟୁଭି ଲିଟର ପିଛା ୧୮.୯୭ କିଲୋମିଟର ଓ AMT ରେ ଲିଟର ପିଛା ୧୮.୮୨ କିଲୋମିଟର ମାଇଲେଜ ଦେବ। ନୂଆ ଏସୟୁଭିରେ ୧.୨ ଲିଟର ପେଟ୍ରୋଲ ଇଂଜିନ ଅପ୍ସନ ଅଛି। ଏହି କାର ୬.୫ ସେକେଣ୍ଡରେ ଘଣ୍ଟା ପ୍ରତି ଜିରୋ ରୁ ୬୦ କିମି ଓ ୧୬.୫ ସେକେଣ୍ଡରେ ଘଣ୍ଟା ପ୍ରତି ଜିରୋରୁ ୧୦୦ କିମି ସ୍ପିଡ଼ରେ ଯାଇପାରିବ।ଟାଟା ପଞ୍ଚର ପ୍ରାରମ୍ଭିକ ଦାମ ୫.୪୯ ଲକ୍ଷ ଟଙ୍କା। ଏହି ଦାମରେ ପେଟ୍ରୋଲ ମାନୁଆଲ ଇଞ୍ଜିନ ରହିଛି। ଏହାର ଟପ ମଡେଲ Creative (IRA Pack) ର ଦାମ ୮.୭୯ ଲକ୍ଷ ଟଙ୍କା ରଖାଯାଇଛି। ଟାଟା ପଞ୍ଚ କାର ରେଡ, ଅଟୋମିକ ଅରେଞ୍ଜ, ଟ୍ରାପିକାଲ ମିଷ୍ଟ, ଡାୟଟୋନା ଗ୍ରେ, ଧଳା ଓ Meteor Bronze, ରଙ୍ଗରେ ଲଞ୍ଚ କରାଯାଇଛି।