ବୈତରଣୀ ନଦୀ ଯୋରରେ ବୁଡ଼ିଯିବାରୁ ୨ ନାବାଳକଙ୍କ ମୃତ୍ୟୁ

ଯାଜପୁର: ବୈତରଣୀ ନଦୀ ଯୋରରେ ବୁଡ଼ିଯିବାରୁ ୨ ନାବାଳକଙ୍କ ମୃତ୍ୟୁ ଘଟିଛି । କଇଁଫୁଲ ତୋଳିବାକୁ ଯାଇଥିବା ବେଳେ ବୁଡ଼ିଯାଇ ୨ ନାବାଳକ ପ୍ରାଣ ହରାଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଗୋପକୂଳ ଗାଁରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ମଧ୍ୟରୁ ଜଣକର ବୟସ ୧୫ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡିଛି । ଗୁରୁତର ଜଣଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।