ଦିନ ୧୧ଟା ସୁଦ୍ଧା ପିପିଲିରେ ୨୪.୭୬ % ମତଦାନ

ପିପିଲି: ନେତା ବାଛୁଛି ପିପିଲି । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ । ସେଥିପାଇଁ ମତଦାନ ଆରମ୍ଭ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ପିପିଲିରେ ୨୪.୭୬ % ମତଦାନ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ଚାଲିଛି । କୌଣସି ଅପ୍ରୀତିକର ପରିସ୍ଥିତିର ଖବର ଏପର୍ଯ୍ୟନ୍ତ ଆସିନାହିଁ । ପାଗ ମଧ୍ୟ ଅନୁକୂଳ ରହିଛି, ଭୋଟରଙ୍କ ସଂଖ୍ୟା ବଢୁଛି, ଆଗକୁ ଆହୁରି ମଧ୍ୟ ଭୋଟରଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି । ଟି ଭି ଭି ପାଟ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା, ପରବର୍ତ୍ତୀ ସମୟରେ ସମସ୍ୟାର ସମାଧାନ କରାଯାଇ ଭୋଟ ଗ୍ରହଣ ଚାଲିଛି । ୨୦ଟି ଆଦର୍ଶ ବୁଥ କରାଯାଇଛି । ସଂଧ୍ୟା ୬ଟା ଯାଏଁ ଏଠାରେ ମତଦାନ ହେବ ।