୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ରେ ଜନ୍ମଗ୍ରହଣ କରିଥିବା ନବୀନ ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି । ହେଲେ କରୋନା ସଂକ୍ରମଣ ଜାରି ରହିଥିବାରୁ ସେ ଜନ୍ମଦିନ ପାଳନ କରିବେ ନାହିଁ । ପୂର୍ବବର୍ଷ ବିଜେଡି ଦଳର ସଦସ୍ୟ ମାନେ ଖୁବ ଧୂମଧାମର ସହ ମୁଖ୍ୟମନ୍ତ୍ରୀ କରିଥିଲେ । ତେବେ ଚଳିତ ବର୍ଷ ଜନ୍ମଦିନ ପାଳନ କରିବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ଭଲପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସବୁବେଳେ ଋଣୀ । କୋଭିଡ ଯୋଗୁଁ ଗତ ଦେଢ ବର୍ଷ ହେବ ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଏଭଳି ଏକ ସମୟରେ ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି ମହତ କାର୍ଯ୍ୟରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ଶୁଭେଚ୍ଛା ହେବ ବୋଲି ନବୀନ କହିଛନ୍ତି ।