ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଜବତ ହେଲା ୧୪୪୦ ଗ୍ରାମ ସୁନା

ଭୁବନେଶ୍ୱର: ୨୩ ଘଣ୍ଟାର ମାରାଥନ୍ ଭିଜିଲାନ୍ସ ଚଢ଼ାଉ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଜବତ ହୋଇଥିବାର ଖବର ମିଳିଛି। ଭାରତର ସବୁଠୁ ବଡ଼ ଡିଜାଇନର ସବ୍ୟସାଚୀ ବ୍ରାଣ୍ଡର ଏକ ହାର ଜବତ ହୋଇଛି, ଯାହାର ମୂଲ୍ୟ ୨୪ ଲକ୍ଷ ୨୫ ହଜାର ଟଙ୍କା। ଭିଜିଲାନ୍ସ ଅଧୀନରେ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟମାନେ ପ୍ରଦୀପ ଙ୍କ ଘରୁ ଜବତ ହୋଇଥିବା ଜରୁରୀକାଳୀନ ଦସ୍ତାବିଜ ଓ ବ୍ୟାଙ୍କ ଆକାଉଣ୍ଟର ଛାନଭିନ କରିବେ ବୋଲି ଜଣାଯାଇଛି।
ସନ୍ଧାନ ସମୟରେ ମିଳିଥିବା ଦଲିଲଗୁଡ଼ିକୁ ଫାଇନାନ୍ସିଆଲ୍ ୱିଙ୍ଗ୍ ଅଫ୍ ଭିଜିଲାନ୍ସ ଏବଂ ପ୍ରଫେସନାଲ୍ ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ବ୍ୟାଙ୍କିଙ୍ଗ୍ କନସଲଟାଣ୍ଟସ୍ ଅଧିକାରୀଙ୍କ ଦ୍ୱାରା ପରୀକ୍ଷା କରାଯିବ। ଏହାଛଡ଼ା ସାଇବର ସେଲ୍ ଅଫ୍ ଭିଜିଲାନ୍ସ ସର୍ଚ୍ଚ ସମୟରେ ମିଳୁଥିବା ସମସ୍ତ ଇଲେକ୍ଟ୍ରୋନିକ୍ ପ୍ରମାଣ / ଡକ୍ୟୁମେଣ୍ଟ ଯାଞ୍ଚ କରିବ। ସାକ୍ଷୀ, ସନ୍ଦିଗ୍ଧ ଏବଂ ଅଭିଯୁକ୍ତଙ୍କ ପରୀକ୍ଷା ଠିକ୍ ସମୟରେ କରାଯିବ। ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।