ମଙ୍ଗଳବାରଠାରୁ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ପ୍ରସ୍ତୁତି ଶେଷ ପର୍ଯାୟରେ

ଢେଙ୍କାନାଳ: ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଢେଙ୍କାନାଳର ଗଜଲଷ୍ମୀ ପୂଜା ମହୋତ୍ସବ । ଏଥିପାଇଁ ଢେଙ୍କାନାଳରେ ସମାସ୍ତ ୩୮ଗୋଟି ପୂଜା ପ୍ରତିଷ୍ଠାନ ତତ୍ପର ହୋଇପଡିଛନ୍ତି । ତେବେ ୧୧ଦିନ ଧରି ହେବାକୁ ଥିବା ଲଷ୍ମୀପୂଜା ମହୋତ୍ସବ ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଫିକା ରହିଥିବାବେଳେ ମା’ଙ୍କ ପୂଜାକୁ ପରମ୍ପରା ଓ ରୀତିନୀତିରେ କିପରି ପାଳନ କରାଯିବ ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ମଣ୍ଡପର କର୍ମକର୍ତା । କୁମାର ପୂର୍ଣ୍ଣମୀ ଅର୍ଥାତ ମଙ୍ଗଳବାର ରାତିରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ଅନ୍ୟତମ ଗଣପର୍ବ ଢେଙ୍କାନାଳର ପ୍ରସିଦ୍ଧ ଲଷ୍ମୀପୂଜା ମହୋତ୍ସବ । ଚଳିତ ବର୍ଷ ୧୯ ତାରିଖ ରାତିରୁ ଅର୍ଣ୍ଣପୁର୍ଣ୍ଣା ମା’ ଲଷ୍ମୀଙ୍କୁ ଆବାହନ କାରାଯିବ। ଆସନ୍ତା ୨୯ତାରିଖରେ ମାଙ୍କୁ ମେଲାଣି ଦିଆଯିବ ।ଚଳିତ ବର୍ଷ ମଧ୍ୟ ଢେଙ୍କାନାଳ ସହରରେ ୩୮ଗୋଟି ମଣ୍ଡପରେ ମା’ ଧନଧାତ୍ରୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ପାରମ୍ପରିକ ରୀତିନୀତିରେ ପୂଜା କରାଯିବ । ଢେଙ୍କାନଲ ଲଷ୍ମୀପୂଜାର ପରମ୍ପରା ମୁତାବକ ମା’ଙ୍କର ମୃଣୟ ମୂର୍ତ୍ତି ତିଆରି ପାଇଁ ସମୂହ ପୂଜା ପ୍ରତିଷ୍ଠାନ ବ୍ରହ୍ମଣୀନଦୀ କୂଳରୁ ଶୁଭ ମାଟି ଅନୁକୂଳ କରିସାରିଛନ୍ତି । ଏପଟେ ମଣ୍ଡପର କର୍ମକର୍ତାମାନେ ମା’ଙ୍କ ଏହି ଆଗମନ ପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ମହାମାରୀ କୋଭିଡ ସଂକ୍ରମଣ ଆଶଙ୍କା ରହିଥିବାରୁ ଚଳିତ ବର୍ଷ ପୂଜା ବଜାର ପାଇଁ ଢେଙ୍କାନାଲ ପ୍ରଶାସନ କଡା କଟକଣା ଜାରିକରିଛି। ସାଧାରଣ ଦର୍ଶନ ଉପରେ ରୋକ ଲଗାଇ ଥିବାବେଳେ ଆବଦ୍ଧ ମଣ୍ଡପରେ ମା’ ଲଷ୍ମୀଙ୍କୁ ପୂଜା କରାଯିବ । କୋଭିଡ କଟକଣା ମୁତାବକ ପୂଜାକଙ୍କ ସମେତ ମାତ୍ର ୭ଜଣ କର୍ମକର୍ତାଙ୍କ ମଧ୍ୟରେ ସୀମିତ ରହିବ ପୂଜା ମଣ୍ଡପ । ମା’ ଲଷ୍ମୀଙ୍କର ବିଧି ମୁତାବକ ପରମ୍ପରା ଓ ରୀତିନୀତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମିଳିତ ବଜାର ଲଷ୍ମୀପୂଜା କମିଟିର ଅଧ୍ୟକ୍ଷ ।