ପୋଲିସ୍ ବ୍ୟାରେକ୍ ରୁ ସ୍କୁଲ ସଭାପତି ଚମ୍ପଟ ଘଟଣାରେ ୩ ପୋଲିସ୍ କର୍ମଚାରୀ ସସପେଣ୍ଡ

ବଲାଙ୍ଗୀର: ପୋଲିସ୍ ବ୍ୟାରେକ୍ ରୁ ସ୍କୁଲ ସଭାପତି ଚମ୍ପଟ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଦାୟିତ୍ୱରେ ଥିବା ୩ ପୋଲିସ୍ କର୍ମଚାରୀଙ୍କୁ ସସପେଣ୍ଡ କରିଦିଆଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ଜଣ ପୋଲିସ୍ ଙ୍କୁ ସସପେଣ୍ଡ କରାଯାଇଛି । ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିଛନ୍ତି । ଗତକାଲି ରାତିରୁ ଟିଟିଲାଗଡ଼ ପୋଲିସ୍ ବ୍ୟାରେକ୍ ରୁ ଚମ୍ପଟ ମାରିଛନ୍ତି । ତେବେ ସେ ଚମ୍ପଟ ମାରି କେଉଁ ଆଡ଼େ ଯାଇଛନ୍ତି ତାହା ଜଣାପଡ଼ିନାହିଁ । ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୋଲିସ୍ । ବର୍ତ୍ତମାନ ଟିଟିଲାଗଡ଼ ପୋଲିସ୍ ଗୋବିନ୍ଦଙ୍କ ସନ୍ଧାନରେ ଲାଗି ପଡ଼ିଛନ୍ତି । ତେବେ ପୋଲିସ୍ ହେପାଜତରୁ ଫେରାର୍ ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।