୭ ମାଓ କ୍ୟାମ୍ପ ଧ୍ୱଂସ,ଅପରେସନ ଜାରି

ମାଲକାନଗିରି, (ଏସ୍ ନ୍ୟୁଜ): ମାଲକାନଗିରି ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଚଢ଼ାଉ ବେଳେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ୩ ଦିନ ଧରି ଲଗାତର ଚାଲିଥିବା ଅପରେସନରେ ୭ ମ୍ୟାଓ କ୍ୟାମ୍ପ ଧ୍ୱଂସ ହୋଇଥିବା ଜଣାପଡ଼ିଛି । ତେବେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଛତିଶଗଡ଼ର ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀମାନେ ଅପରେସନ ଚଳାଇଛନ୍ତି ।