ଦେଶରେ ଆଉ ୧୬,୫୭୭ ନୂଆ କରୋନା ପଜିଟିଭ ଚିହ୍ନଟ, ଦିନକରେ ୧୨୦ ମୃତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ପୁଣିଥରେ ଭାରତରେ କାୟା ମେଲାଇବା ଆରମ୍ଭ କରିଛି ମହାମାରୀ କରୋନା ଭାଇରସ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ୧୬ ହଜାର ପାର କରିଛି। ୨୪ ଘଣ୍ଟାରେ ପୁଣିଥରେ ୧୦୦ରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ପ୍ରାଣ ହରାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। । ଦିନକରେ ଆଉ ୧୬,୫୭୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୦,୬୩,୪୯୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୫୬,୮୨୫ରେ ପହଞ୍ଚିଛି। ୨୪ ଘଣ୍ଟାରେ ୧୨,୧୭୯ ସୁସ୍ଥ ହୋଇଥିବା ବେଳେ ୧,୦୭,୫୦,୬୮୦ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ୧,୫୫,୯୮୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।