ଯାଜପୁର ରୋଡ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବ୍ୟାସନଗର, (ଏସ୍ ନ୍ୟୁଜ): ଦିନକୁ ଦିନ ଯାଜପୁର ରୋଡ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ବ୍ରାଉନସୁଗାର ବେପାର ବଢୁଥିବା ଅଭିଯୋଗ ହେବା ପରେ ପୋଲିସ ଆକ୍ସନ ନେଇଛି। ଵ୍ରାଉନସୁଗାର ଵେପାରୀଙ୍କ ଉପରେ ନଜର ରଖି ଵୁଧବାର ରାତିରେ ଜଣେ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦାନଗଦି ଫାଣ୍ଡି ପୋଲିସ ।

ପୂର୍ବରୁ ସୂଚନା ପାଇ ଦାନଗଦି ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ସଦଳବଳେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ପ୍ରାୟ ୩୦ହଜାର ଟଙ୍କା ମୂଲ୍ୟର ୫୦ପୁଡିଆ ବ୍ରାଉନସୁଗାର ଜବତ ସହ ମୟୁରଭଞ୍ଜର ଦେବବ୍ରତ ସାହୁ (୨୮) ଧରାପଡିଥିଲେ । ଧଳାଜହର କାରବାରର ଲିଙ୍କ୍ ବାଲେଶ୍ବରରୁ ଥିବା ପୋଲିସ ଜାଣିବାକୁ ପାଇଛି । ଧରାପଡିଥିବା ଯୁବକ ଠାରୁ ୩୮୦୦ଟଙ୍କା ଜଵତ କରାଯାଇଥିଲା । ଗିରଫ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ପୋଲିସ କୋର୍ଟ ଚାଲାଣ କରିଛି ।