ମା’ର ମୃତଦେହ ସହ ୫ ଦିନ

ମା’ର ମୃତଦେହ ସହ ୫ ଦିନ ଘରେ ରହିଥିଲେ ଦିବ୍ୟାଙ୍ଗ ଝିଅ…

ରାଉରକେଲା : ରାଉରକେଲା ଉଦିତନଗର ଥାନା ବାସନ୍ତୀ କଲୋନୀରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ମା’ର ମୃତଦେହ ସହ ୫ ଦିନ ଘରେ ରହିଥିଲେ ଦିବ୍ୟାଙ୍ଗ ଝିଅ । ଅନ୍ୟପକ୍ଷରେ ଗତବର୍ଷ କରୋନାରେ ତାଙ୍କ ବାପାଙ୍କ ମୃତ୍ୟୁ ହେବା ପରେ ଝିଅ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ହେଲେ ୫ ଦିନ ହେଲା ଘର ବନ୍ଦ ରହିଥିଲା । ହେଲେ ବାହାରୁ ତାଲା ପଡିନଥିଲା । ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘର ଭିତରୁ ମା’ର ମୃତଦେହ ଉଦ୍ଧାର କରିଥିବା ବେଳେ ଝିଅଟି ଏକାକୀ ଶୋଇଥିବା ଦେଖି ଉଦ୍ଧାର କରିଥିଲେ । ଝିଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ଅନ୍ୟପକ୍ଷରେ ମା’ର ମୃତ୍ୟୁ ବିଷୟରେ ଝିଅ କିଛି କହିପାରୁନଥିବାରୁ କେମିତି ମୃତ୍ୟୁ ହେଲା ସେନେଇ ଚିନ୍ତାରେ ପୋଲିସ । ଏହାସହ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।