ରାଜ୍ୟରେ ହ୍ରାସ ପାଇବ ଗ୍ରୀଷ୍ଣ ପ୍ରବାହ

ରାଜ୍ୟରେ ଆଦ୍ରତା ଅଧିକ ଯୋଗୁ ଗୁଳୁଗୁଳି ଜାରି ରହିବ…

ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଇବ ଗ୍ରୀଷ୍ଣ ପ୍ରବାହ । ସେହିପରି ଖରା କମିବା ସହ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ରାଜ୍ୟରେ ଆଦ୍ରତା ଅଧିକ ଯୋଗୁ ଗୁଳୁଗୁଳି ଜାରି ରହିବ । ଏନେଇ ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱର, କଟକ, ଗୋପାଳପୁର, ପୁରୀ, ଭଦ୍ରକ, ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ତାପମାତ୍ରା ୩୮ ଡିଗ୍ରୀରୁ କମ ରହିଛି । ଅନ୍ୟପକ୍ଷରେ ଆଗାମୀ ଦିନ ଯାଏ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେ ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।