ଜବତ ହେଲା ୮ କୋଟି ନକଲି ନୋଟ,୩ ଅଟକ

କୋରାପୁଟ(ଏସ୍ ନ୍ୟୁଜ): ପ୍ରାୟ ୮ କୋଟିରୁ ଅଧିକ ପରିମାଣର ଜାଲ୍ ନୋଟ୍ କାର୍‌ରେ ଯାଉଥିଲା । କୋରାପୁଟ ଜିଲ୍ଲା ପଟାଙ୍ଗୀ ପୁଲିସ୍‌ ଖବର ପାଇ ବିପୁଳ ପରିମାଣର ଜାଲ ନୋଟ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ‌।

ଭୋର ସମୟରେ ଏକ କାର୍‌ ଓଡ଼ିଶା-ଆନ୍ଧ୍ର ସୀମା ଅତିକ୍ରମ କରୁଥିଲା। ଖବର ପାଇ ପଟାଙ୍ଗୀ ପୁଲିସ୍‌ କାର୍‌ଟିର ପିଛା କରି ସୁଙ୍କିରେ ଅଟକାଇବାକୁ ସଫଳ ହୋଇଥିଲା। କାର୍‌ ଭିତରୁ ୭ କୋଟି ୯୦ ଲକ୍ଷ ଟଙ୍କାର କେବଳ ୫୦୦ ଟଙ୍କିଆ ଜାଲ୍‌ ନୋଟ ଜବତ କରିବା ସହ ପୁଲିସ୍‌ କାର୍‌ରେ ଥିବା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଏତେ ନକଲି ନୋଟ କେଉଁଠୁ ଆସିଲା, କାହା ପାଖକୁ ଯାଉଥିଲା, ଏହା ପଛରେ ଆଉ କିଏ କିଏ ଅଛନ୍ତି, ସେସବୁର ତଦନ୍ତ କରୁଛି ପୁଲିସ୍‌  ।