ପୁରୁଣା କୁଆଖାଇ ପୋଲରେ ଆଜିଠୁ ଯାତାୟାତ ବନ୍ଦ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠାରୁ ଯାତାୟାତ ବନ୍ଦ ରହିବ । ଏହାର ମରାମତି କାର୍ଯ୍ୟ ପାଇଁ ଆଜିଠାରୁ ଠିକ୍ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କମିଶନରେଟ୍ ପୁଲିସ୍‌ ପକ୍ଷ୍ୟରୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ତେଣୁ ମରାମତି ହେବାକୁ ଥିବାରୁ ଏହା ଉପରେ କୌଣସି ଯାନବାହନ ଚଳଳଚଳ କରିବ ନାହିଁ। ଭୁବନେଶ୍ୱର ପଟୁ କଟକ ଯାଉଥିବା ସମସ୍ତ ପ୍ରକାର ଯାନବାହନ ମଝି କୁଆଖାଇ ପୋଲ ଦେଇ ଯାତାୟତ କରିବ।