ସାଲେପୁରରେ ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ।

ସାଲେପୁର(ଏସ୍ ନ୍ୟୁଜ):ସାଲେପୁର ଥାନା ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକାର ଗଣଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ନାବାଳିକାର ମା’ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ଅନୁଯାୟୀ, ପୀଡ଼ିତା ନାବାଳିକାର ବାପାମା’ ଅତ୍ୟନ୍ତ ଗରିବ ଶ୍ରେଣୀର ଓ କାମ କରିବାକୁ ପ୍ରାୟତଃ ସେମାନେ ବ‌ାହାରକୁ ଯାଇଥା’ନ୍ତି। ଗତ ୧୬ ତାରିଖରେ ଉଭୟଙ୍କ ଅନୁପସ୍ଥିତର ସୁଯୋଗ ନେଇ ପୂର୍ବରୁ ସେମାନଙ୍କ ଘରକୁ ଆସୁଥିବା ଜଣେ ଯୁବକ ଗାମୁଛାରେ ନାବାଳିକାର ମୁହଁ ଓ ଗୋଡ଼କୁ ବାନ୍ଧି ଦୁଷ୍କର୍ମ କରିଥିଲା। କେବଳ ସେ ନୁହେଁ ତାର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଦୁଷ୍କର୍ମ କରିଥିଲା। ଠିକ୍‌ ପରଦିନ ବି ସମାନ ଘଟଣା ଘଟିଲା। କାହାରିକୁ ଏ ସମ୍ପର୍କରେ କହିଲେ ନାବାଳିକା ଓ ତା ସାନଭାଇକୁ ହତ୍ୟା କରିବେ ବୋଲି ଅଭିଯୁକ୍ତ ଜଣକ ଧମକ ଦେଇଥିଲେ। ଫଳରେ ନାବାଳିକା ଜଣକ ଭୟରେ ପରିବାର ଲୋକଙ୍କୁ ଘଟଣା ବିଷୟରେ କିଛି କହି ନ ଥିଲେ। ସେ ଅସୁସ୍ଥ ହେବାରୁ ଦୁଷ୍କର୍ମ ସମ୍ପର୍କରେ ବାପା-ମା’ଙ୍କୁ ଜଣାଇ ଥିଲେ । ଏହାପରେ ପୀଡ଼ିତା ନାବାଳିକାର ମା’ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହି ଘଟଣାଟି ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।