୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍

ୱାଶିଂଟନ୍(ଏସ୍ ନ୍ୟୁଜ): ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଆଜି ଶପଥ ନେବେ। କମଲା ହାରିସ୍ ଉପରାଷ୍ଟ୍ରପତି ପଦର ଶପଥ ଗ୍ରହଣ କରିବେ। ସ୍ଥାନୀୟ ସମୟ ଦିନ ୧୨ଟା ବାଜିବା ମାତ୍ରକେ କ୍ୟାପିଟାଲ୍ ୱେଷ୍ଟ ଫ୍ରଣ୍ଟରେ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ ଶପଥ କରାଇବେ।
ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ହିଂସାତ୍ମକ ପ୍ରଦର୍ଶନକୁ ଆଖି ଆଗରେ ରଖି ଏହି ସ୍ଥାନ କୁ ଦୁର୍ଗ ଭାବେ ବଦଳାଇ ଦିଆଯାଇଛି। ୭୮ ବର୍ଷୀୟ ବାଇଡେନ୍ ୧୨୭ ବର୍ଷର ପୁରୁଣ ବାଇବେଲ୍ ସହ ଶପଥ ନେବେ। ଏହି ସମୟରେ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍ ନିଜ ହାତରେ ବାଇବେଲ୍ ଧରି ଛିଡ଼ା ହେବେ। ଆମେରିକା ଇତିହାସରେ ସବୁଠାରୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ହେବାକୁ ଯାଉଥିବା ବାଇଡେନ୍ ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଭାବେ ଦେଶକୁ ସମ୍ବୋଧିତ କରିବେ। ମୁଖ୍ୟ ବିଚାରପତି ଜନ୍ ରବର୍ଟ୍ସ ସ୍ଥାନୀୟ ସମୟ ଦିନ ୧୨ଟା ବାଜିବା ମାତ୍ରକେ କ୍ୟାପିଟାଲ୍ ୱେଷ୍ଟ ଫ୍ରଣ୍ଟରେ ବାଇଡେନଙ୍କୁ ରାଷ୍ଟ୍ରପତି ପଦ ପାଇଁ ଶପଥ କରାଇବେ। ଭାରତୀୟ ସମୟ ଆମେରିକାଠାରୁ ୧୦ଘଣ୍ଟା ୩୦ ମିନିଟ୍ ଆଗରେ ଚାଲୁଛି। ତେଣୁ ଭାରତୀୟ ସମୟ ଅନୁସାରେ ଶପଥ ଗ୍ରହଣ ସମାରୋହ ରାତି ୧୦.୩୦ ବେଳେ ହେବ। ଶପଥ ଗ୍ରହଣ ସମାରୋହରେ ୨୫ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ରହିବେ। ତେବେ ଏହି ଶପଥ ସମାରୋହରେ ଟ୍ରମ୍ପ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।