ଆରପାରିରେ ଅଭିନେତା ରବି ମିଶ୍ର

ଭୁବନେଶ୍ୱର(ଏସ୍ ନ୍ୟୁଜ): ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଓଲିଉଡ ଅଭିନେତା ରବି ମିଶ୍ରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ବହୁ ଓଲିଉଡ ଅଭିନେତା, ଅଭିନେତ୍ରୀ ତଥା ସିନେପ୍ରେମୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।‘ଗୋପାଳ ରହସ୍ୟ’ ସିରିଏଲରେ ମୁଖ୍ୟ ଚରିତ୍ର ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ ।