ଗୋପାଳ ଜୀ ପାଠାଗାର ରେ ତାସ ଓ କ୍ୟାରେମ ପ୍ରତିଯୋଗିତା ଅନୁଷ୍ଠିତ

ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ମଧୁସୂଦନ ପାତ୍ର……

କେନ୍ଦୁଝର : କେନ୍ଦୁଝର ସହରର ପୁରୁଣା ବଜାର ସ୍ଥିତ ଗୋପାଳ ଜୀ ପାଠାଗାର ରେ ତାସ ଓ କ୍ୟାରେମ ପ୍ରତିଯୋଗିତା ଅନୁଷ୍ଠିତ । ଗୋପାଳ ଜୀ ପାଠାଗାର ର ସମ୍ପାଦକ ଆନନ୍ଦ ପ୍ରକାଶ ଖଣ୍ଡେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରତିଯୋଗିତାରେ ବିଜୟୀ ପ୍ରାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ମଧୁସୂଦନ ପାତ୍ର ,ସମ୍ମାନିତ ଅତିଥି ଭାବେ ଜିଲା ଟ୍ରକ ମାଲିକ ସଂଘ ର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ବିଜେପି ନେତା ଗୋପୀନାଥ ରାମ, ନବକିଶୋର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଥମେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟ ନେଇ ଉଚ୍ଚ ପ୍ରଶଂସିତ ହୋଇଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କଳିଙ୍ଗ ଟିଭି ର କେନ୍ଦୁଝର ପ୍ରତିନିଧି ରଞ୍ଜନ ତ୍ରିପାଠୀ, ପ୍ରମେୟ ସିଟି ପ୍ରତିନିଧି ନିର୍ମଳ ବାରିକ ଓ ଅର୍ଗସ ପ୍ରତିନିଧି ମାଷ୍ଟର ସରିନମ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏବଂ ଶେଷରେ ତାସ ଓ କ୍ୟାରେମ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା