ରାଜଧାନୀରୁ ଧରାପଡିଲେ ଡକାୟତି ଗ୍ୟାଙ୍ଗ

ରାଜଧାନୀରୁ ଧରାପଡିଲେ ଡକାୟତି ଗ୍ୟାଙ୍ଗ ଟଙ୍କାର ସୁନା ଗହଣା…

ଭୁବନେଶ୍ବର  : ରାଜଧାନୀରୁ ଧରାପଡିଲେ ଡକାୟତି ଗ୍ୟାଙ୍ଗ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଛି କମିଶନରେଟ୍‌ ପୋଲିସ । ଖବର ଅନୁଯାୟୀ, ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଘରେ ପଶି ଏହି ଗ୍ୟାଙ୍ଗ କରୁଥିଲେ ଲୁଟ୍‌ । ଯାହାକୁ ନେଇ କମିଶନରେଟ୍‌ ପୋଲିସ ନିକଟରେ ଅନେକ ଅଭିଯୋଗ ଆସିଥିଲା । ପୋଲିସ ଲଗାତର ଭାବେ ଏମାନଙ୍କ ଉପରେ ନଜର ରଖିଥିଲା । ଶେଷରେ ସୋମବାର ଦିନ ଭୁବନେଶ୍ୱରରେ ଏକ ଅଞ୍ଚଳରୁ ଏହି ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍‌ ପୋଲିସର ସ୍ପେଶାଲ୍‌ ସ୍କ୍ୱାଡ୍‌ । ସେମାନଙ୍କ ନିକଟରୁ ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଛି ପୋଲିସ ।