ଭୁବନେଶ୍ୱରରେ ଘଟିଛି ଏକ ସିରିଜ ଦୁର୍ଘଟଣା,୨ ଅଟକ

ଭୁବନେଶ୍ୱର (ଏସ୍ ନ୍ୟୁଜ): ଭୁବନେଶ୍ୱରରେ ଆଜି ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଏକ ଇନୋଭା ଗାଡ଼ି ଧକ୍କାରେ ୩ଟି କାର୍ ଭାଙ୍ଗି ଚୂନା ହୋଇଯାଇଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି।

ମିଳିଥିବା ଖବର ଅନୁଯାୟୀ, ଇନୋଭା ଗାଡ଼ିଟି ପ୍ରଥମେ ବାଣୀ ବିହାର ଛକରେ ଗୋଟିଏ ବାଇକକୁ ଧକ୍କା ଦେଇଥିଲା।  ପରେ ପୁଲିସ ଦୁର୍ଘଟଣା ଘଟାଇଥିବା କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ତାହା ଖସି ପଳାଇବାକୁ ଉଦ୍ୟମ କରିଥିଲା ଓ ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ତିନୋଟି କାରକୁ ଧକ୍କା ଦେଇଥିଲା। କାରରେ ଥିବା ୨ଜଣ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଥିଲେ ବୋଲି ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା କୁହାଯାଇଛି।