ମାର୍ଚ୍ଚ ୧ ତାରିଖରୁ +୩ ପ୍ରଥମ ବର୍ଷ କ୍ଲାସ ଅନଲାଇନରେ ହେବ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ପାଠପଢା କରୋନା ପାଇଁ ବିଶେଷ ଭାବରେ ପ୍ରଭାବିତ ହେଉଛି । ଶିକ୍ଷାବର୍ଷ ୨୦୨୧-୨୨ ବର୍ଷ ଆଇଁ ଅନଲାଇନରେ ଆରମ୍ଭ ହେବ କ୍ଲାସ୍ । ଏଥର +୩ ପ୍ରଥମ ବର୍ଷ ପାଠପଢା ଅନଲାଇନରେ ହେବ ବୋଲି ଜଣାପଡିଛି । ମାର୍ଚ୍ଚ ୧ ତାରିଖରୁ ଅନଲାଇନ୍ କ୍ଲାସ ଆରମ୍ଭ ହୋଇଯିବ । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ +୩ ଶେଷ ବର୍ଷର ବିଦ୍ୟାର୍ଥିଙ୍କ ପାଇଁ ପାଠପଢା ଆରମ୍ଭ ହୋଇସାରିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ମହାବିଦ୍ୟାଳୟର +୩ ଶେଷ ବର୍ଷ କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ ଉତ୍କଣ୍ଠାର ସହ ମହାବିଦ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି ।