ଗ୍ରୀଷ୍ମପ୍ରବାହ ପାଇଁ ସତର୍କତା

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟର ଧୀରେ ଧୀରେ ବଢୁଛି ତାପମାତ୍ରା। ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ୩୬.୮, କଟକରେ ୩୬.୬, ନୟାଗଡରେ ୩୬.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ ୩୬.୪, ଅନୁଗୁଳରେ ୩୫.୭, ତାଳଚେର ଓ ଭବାନୀପାଟଣାରେ ୩୫.୫, ସମ୍ବଲପୁରରେ ୩୫.୩ ଡିଗ୍ରୀ ତାପମାତ୍ରା ରହିଛି । ଫେବୁଆରି ମାସରୁ ଏଭଳି ସ୍ଥିତି ହେଉଥିବାରୁ ଆଗକୁ ସ୍ଥିତି ଆହୁରି ସାଙ୍ଘାତିକ ହେବା ନେଇ ଆକଳନ କରାଯାଇଛି। ତାହାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିସନର ବା ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।