ଟ୍ରେଡ ୟୁନିୟନ ପକ୍ଷରୁ ଆସନ୍ତାକାଲି ସମଗ୍ର ଦେଶରେ ବନ୍ଦ ଡାକରା

ନୂଆଦିଲ୍ଲୀ(ଏସ୍ ନ୍ୟୁଜ): ଜିଏସଟି ଓ ବର୍ଦ୍ଧିତ ତୈଳ ଦର ‌ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଆସନ୍ତା କାଲି ପାଇଁ ଭାରତ ବନ୍ଦର ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ଦେଶରେ ଥିବା ୪୦ ହଜାର ଟ୍ରେଡ ଆସୋସିଏସନ ସମର୍ଥନ ଘୋଷଣା କରିଛନ୍ତି। ସର୍ବଭାରତୀୟ ପରିବହନ କଲ୍ୟାଣ ଆସୋସିଏସନ ମଧ୍ୟ ବନ୍ଦରେ ସାମିଲ ହେବ। ସେମାନେ ସମଗ୍ର ଦେଶରେ ଚକା ଜାମ କରିବେ। ଏହାର ଅର୍ଥ ଆସନ୍ତାକାଲି ଗାଡ଼ି ମଟୋର ମଧ୍ୟ ଚାଲିବ ନାହିଁ। ସେହିପରି ଦୋକାନ ବଜାର ମଧ୍ୟ ଖୋଲିବ ନାହିଁ। ଉଭୟ ସଂଗଠନ ଇ-ୱେ ବିଲ୍‌କୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି। ସେହିପରି ଦେଶରେ ତୈଳ ଦର ଉପରେ ଲାଗୁଥିବା ଟିକସ୍‌କୁ ହଟାଯାଉ ବୋଲି ପ୍ରସ୍ତାବ ରଖିଛନ୍ତି। ଜିଏସଟିରେ ଥିବା ବିଭିନ୍ନ ବ୍ୟବସ୍ଥା ଦ୍ୱାରା ବ୍ୟବସାୟୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଟ୍ରେଡ ୟୁନିୟନ ଆସନ୍ତାକାଲି ସମଗ୍ର ଦେଶରେ ବନ୍ଦ ପାଳନ କରିବ ବୋଲି କହିଛି।ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ କରିଛି। ଏଥିପାଇଁ ଆସନ୍ତାକାଲି ରାଜ୍ୟରେ ଥିବା ୨୦ ଲକ୍ଷ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ।

acn advt

Leave A Reply

Your email address will not be published.

17 + fourteen =