ଓଲଟିଲା ଚାଉଳ ବୋଝେଇ ଟ୍ରକ

ବଲାଙ୍ଗୀର : ପାଟଣାଗଡରୁ ପଦ୍ମପୁର ଅଭିମୁଖେ ଯାଇଥିବା ରାସ୍ତାରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡିଛି । ସୂଚନାଯୋଗ୍ୟ ଯେ, ଛତିଶଗଡର ବସନା ଠାରେ ଥିବା ବିନାୟକ ରାଇସ ମିଲରୁ ଏକ ଟ୍ରକ ୩୦ ଟନ୍‌ ଚାଉଳ ବୋଝେଇ କରି ପାଟଣାଗଡ଼ ଦେଇ ବିଶାଖାପାଟଣାକୁ ଯାଉଥିଲା ।

ତେବେ ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଥିବା ଝୁଲେନବର ଗ୍ରାମ ନିକଟରେ ଥିବା ଏକ ଛୋଟିଆ ପୋଲ ତଳକୁ ଟ୍ରକଟି ଖସିପଡିଥିଲା । ଅନ୍ୟପକ୍ଷରେ କିନ୍ତୁ ଟ୍ରକ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି ।