ରାଜ୍ୟସଭାରେ କେନ୍ଦ୍ର ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ : ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟରୁ ଉଷୁନା ଚାଉଳ ସଂଗ୍ରହ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ସସ୍ମିତ । ରାଜ୍ୟର ୨୨ ଲକ୍ଷ ମେଟ୍ରିକ ଟନ୍‌ ଉଷୁନା ଚାଉଳ କେନ୍ଦ୍ର କାହିଁକି ନେଉନାହିଁ? ଓଡିଶାକୁ କାହିଁକି ଏହାର ହକ୍‌ ମିଳୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ । ସେ କହିଛନ୍ତି ଦେଶରେ ରେକର୍ଡ ଉତ୍ପାଦନ ହୋଇଛି ଏବଂ କେନ୍ଦ୍ର ସରକାର ମଧ୍ୟ ରେକର୍ଡ ଧାନ ସଂଗ୍ରହ କରିଛନ୍ତି । ଯାହା ଭଲ କଥା । ସେ ପ୍ରଶ୍ନ କରିଛନ୍ତି ଯଦି ୯୦୦ ଲକ୍ଷ ମେଟ୍ରିକ ଟନ୍‌ ସଂଗ୍ରହ ହୋଇପାରୁଛି ତେବେ ଓଡିଶାର ୨୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ କାହିଁକି ସଂଗ୍ରହ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ । ଫୁଡ୍‌ କର୍ପୋରେସନର ଦାୟିତ୍ୱ ରହିଛି ଏବଂ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ରହିଛି ଧାନ ସଂଗ୍ରହ କରିବା । ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ ନୁହେଁ ।

କିନ୍ତୁ କେନ୍ଦ୍ର ସରକାର ଶୁଣୁନାହଁନ୍ତି ଫୁଡ୍‌ କର୍ପୋରେସନ ଏହାକୁ ସଂଗ୍ରହ କରିବାକୁ ମନା କରିଦେଉଛି । ଯଦି ସବୁ ରାଜ୍ୟ ଏକା ସମାନ ସବୁ ଲୋକ ଏକା ଭଳି ସବୁ ବିଷୟ ଏକାଭଳି ତା’ହେଲେ କର୍ଣ୍ଣାଟକ ପାଇଁ ଗୋଟିଏ ଚିନ୍ତାଧାରା ଓଡିଶା ପାଇଁ ଆଉ ଏକ ଚିନ୍ତାଧାରା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ସେ ଆହୁରି ମଧ୍ୟ କହିଛନ୍ତି ସଂଘୀୟ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ଏବଂ ସରକାର ଏହି ସବୁ ଦାବି ଉପରେ ଧ୍ୟାନ ଦେବାକୁ ଅପିଲ କରିଛନ୍ତି ।