ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

ଭୁବନେଶ୍ୱର(ଏସ୍ ନ୍ୟୁଜ):ବିଧାନସଭାର ଅପରାହ୍ନ ଅଧିବେଶନ ଆରମ୍ଭରୁ ହିଁ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ହାଜତ ମୃତ୍ୟୁ ମାମଲାକୁ ନେଇ ନାରାବାଜି କରିଥିଲେ ବିରୋଧୀ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ପୁଣି ୩୦ ମିନିଟ୍ ପାଇଁ ଗୃହ ମୁଲତବୀ କରାଯାଇଛି । ଏହା ପୂର୍ବରୁ ଗୃହକୁ ୧୫ ମିନିଟ୍ ପାଇଁ ମୁଲତବୀ କରାଯାଇଥିଲା । ତେବେ ଗୃହକୁ ସ୍ୱାଭାବିକ ପାଇଁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।