ହାଇକୋର୍ଟରେ ପୁରୀ ପୁଲିସ ହାଜତ ମୃତ୍ୟୁ ମାମଲା

ଭୁବନେଶ୍ୱର(ଏସ୍ ନ୍ୟୁଜ): ହାଇକୋର୍ଟକୁ ଗଲା ପୁରୀ ପୁଲିସ ହାଜତ ମୃତ୍ୟୁ ମାମଲା। ଆଇନଜୀବୀ ଶରତ ରାୟଗୁରୁ ହାଇକୋର୍ଟରେ ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ସମ୍ପୃକ୍ତ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ସେ ଅପିଲ କରିଛନ୍ତି।

ସେପଟେ ଏହି ମାମଲାକୁ ହାଇକୋର୍ଟ ଗ୍ରହଣ କରି ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସେପଟେ ଏହି ଘଟଣାରେ ରମେଶଙ୍କ ପରିବାରର ୩ଜଣଙ୍କୁ ପୁଲିସ ଉଠାଇନେଇଛି। ରମେଶଙ୍କ ବାପା, ମାଆ ଓ ଦାଦାଙ୍କୁ ଗତକାଲିଠାରୁ ପୁଲିସ ନେଇଯାଇଥିବା ଅଭିଯୋଗ ହୋଇଛି। ଏ ପଯର୍ଯ୍ୟନ୍ତ ସେମାନେ ଘରକୁ ଫେରି ନାହାନ୍ତି। ଅନ୍ୟପଟେ ଜାତୀୟ ମାନବାଧିକାର ଫ୍ରଣ୍ଟ୍‌ର ସଦସ୍ୟମାନେ ମୃତକଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ପରିବାରକୁ ୫୦ଲକ୍ଷ ସହାୟତା ଓ ଦୋଷୀ ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ମାନବାଧିକାର କର୍ମୀ ଦାବି କରିଛନ୍ତି।