ବେଆଇନ ମାଛଧରା ଅଭିଯୋଗ: ୨୦ ଗିରଫ

ପୁରୀ: ଅସ୍ତରଙ୍ଗ ନିକଟରେ ଘୋଷିତ ନିଷିଦ୍ଧାଂଚଳରୁ ମାଛ ଧରୁଥିବା ଅଭିଯୋଗରେ ତଟରକ୍ଷୀ ବାହିନୀ ଦୁଇଟି ଟ୍ରଲର ସମେତ ୨୦ ଜଣଙ୍କୁ ଗିରଫ କରିଛି । ଅଲିଭ ରିଡ୍‌ଲେ କଇଁଛ ଅଣ୍ଡାଦାନ ପାଇଁ ଦେବୀନଦୀ ମୁହାଣ ନିକଟରେ ମାଛ ଧରିବା ପାଇଁ ବାରଣ କରାଯାଇଥିଲା ବେଳେ ବାଲେଶ୍ୱର ଟ୍ରଲର ଚିନ୍ମୟୀ ଓ ପାରାଦୀପ ଟ୍ରଲର ମା’ ବୃନ୍ଦାବତୀକୁ ସେଠାରେ ଚଲାବୁଲା କରୁଥିଲା ।