୧.୩୭ ଲକ୍ଷ ନକଲି ଟଙ୍କା ଜବତ, ୨ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପୁଲିସ ଭୈସାଁ ଗ୍ରାମର ଦୁଇଜଣ ଲୋକଙ୍କ ନିକଟରୁ ବିପୁଳ ପରିମାଣର ୫୦୦ ଟଙ୍କିଆ ନକଲି ନୋଟ୍‌ ଜବତ କରିଛନ୍ତି ଯାହାର ମୂଲ୍ୟାଙ୍କନ ପ୍ରାୟ ୧ ଲକ୍ଷ ୩୭ ହଜାର ଟଙ୍କା । ଗିରଫ ଅଭିଯୁକ୍ତ ହେଉଛନ୍ତି ଭୈସାଁ ନିବାସୀ ବରୁଣ ପାଣୁଆ ଓ ଦେଓଗାଁ ଥାନା ଅନ୍ତର୍ଗତ ବୁଢ଼ାବାହାଲ ନିବାସୀ ରୋହିତ ବସ୍ତିଆ ।

ସୂଚନା ମୁତାବକ, ଭୈସାଁ ଗ୍ରାମରେ ସଂକୀର୍ତନ ନାମଯଜ୍ଞର ଆୟୋଜନ କରାଯାଇଥିଲା । ଉକ୍ତ ସଂକୀର୍ତନରେ ଭାଗ ନେଇଥିବା କଳାକାରଙ୍କୁ ନକଲି ଟଙ୍କା ଦିଆଯାଇଥିଲା । ନକଲି ଟଙ୍କାକୁ ଚିହ୍ନଟ କରି କଳାକାରମାନେ ପାଟିତୁଣ୍ଡ କରିବାରୁ ସତକଥା ପଦାକୁ ଆସିଥିଲା । ବରୁଣ ପାଣୁଆ ନକଲି ଟଙ୍କା ଦେଇଥିବା ଜଣାପଡ଼ିଥିଲା । ସୂଚନା ପାଇ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା ।