ବିବାହ ଶେ।ଭାଯାତ୍ରାକୁ ଅନୁମତି:ଏସଆରସିଙ୍କ ନୂଆ ଗାଇଡଲାଇନ୍

ଭୁବନେଶ୍ବର(ଏସ୍ ନ୍ୟୁଜ) : ବିବାହ ଶୋଭାଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ନୂଆ ଗାଇଡଲାଇନ୍ ଅନୁସାରେ, ବ୍ୟାଣ୍ଡ ପାର୍ଟି, ଲାଇଟ ଓ ସାଉଣ୍ଡ ବାଜିବାକୁ ଅନୁମତି ମିଳିଛି । ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ଜଣ ଲୋକଙ୍କୁ ଅନୁମତି ଦିଆଯିବ । ଅନ୍ତିିମ ସଂସ୍କାର ପାଇଁ ସର୍ବାଧିକ ୧୦୦ ଜଣଙ୍କୁ ସାମିଲ କରିବାକୁ ଅନୁମତି ମିଳିଛି । ମାସ୍କ, ସାମାଜିକ ଦୂରତା , ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାସ କରିବା ବାଧ୍ୟତାମୂଳକ । କୋଭିଡର ସମସ୍ତ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏପଟେ କରୋନା ଟିିକାକରଣକୁ ନେଇ ପ୍ରସ୍ତୁତି ଚାଲିଛି |