ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା କୋଭିିସିଲ୍ଡ

ଭୁବନେଶ୍ବର(ଏସ୍ ନ୍ୟୁଜ) । ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା ।ଆସନ୍ତା ୧୬ରେ ହେବାକୁ ଯାଉଥିବା ଟିକାକରଣକୁ ଦେଖି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଆସିଛି ସବୁଠାରୁ ବଡ ଖୁସି ଖବର । । ମହାରାଷ୍ଟ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଭୁବେନଶ୍ୱର ଆସଛିି । ସ୍ପାଇସ ଜେଟ୍ ବିମାନରେ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ଆସିଛି । ତେବେ ରାଜ୍ୟ ଟିକା ସଂଗ୍ରାହଳୟରେ କୋଭିସିଲ୍ଡ ଟିକା ରହିବ ବୋଲି କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଯେତିକି ସଂଖ୍ୟାରେ ଟିକା ଆସିଛି ସେହି ଅନୁଯାୟୀ ବିଭିନ୍ନ ଜିଲ୍ଲା ଗୁଡିକ ପଠାଯିବ । ଆଉ ଏଥିପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ।