ପ୍ରଗତି ଡ୍ରାମାଟିକ କ୍ଲବର ବାର୍ଷିକୋତ୍ସବ

ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ସଞ୍ଜୟ କୁମାର ଦାଶଙ୍କ ନିର୍ଦ୍ଦେଶନାରେ ‘ରାମ ଦେବେ ଆଜି ଅଗ୍ନି ପରୀକ୍ଷା’ ନାଟକ ମଞ୍ଚସ୍ଥ ହୋଇଥିଲା…….

କଟକ : ଆଠଗଡ ବ୍ଲକ କରିକୋଲ ଗ୍ରାମର ପ୍ରଗତି ଡ୍ରାମାଟିକ କ୍ଲବର ୫୯ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଅଶୋକ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ଯୋରନ୍ଦା ଗ୍ରାମ ପଞ୍ଚାୟତର ସରପଞ୍ଚ କମଳା ନାୟକ, ବେଣ୍ଟପଦା ପଞ୍ଚାୟତର ସରପଞ୍ଚ ଅଜୁ ପଣ୍ଡା, ଯୋରନ୍ଦା ସମିତି ସଭ୍ୟ ମାନସ ସ୍ୱାଇଁ, ସମାଜସେବୀ ପ୍ରତାପ ପଟ୍ଟନାୟକ, ପବିତ୍ର ସାହୁ, ବେଣ୍ଟପଦା ସମିତିସଭ୍ୟା ରୂପା ମଲ୍ଲିକ, ତୁଷାରକାନ୍ତ ବେଉରା ପ୍ରମୁଖ ଯୋଗ ଦେଇଥିଲେ ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ସଞ୍ଜୟ କୁମାର ଦାଶଙ୍କ ନିର୍ଦ୍ଦେଶନାରେ ‘ରାମ ଦେବେ ଆଜି ଅଗ୍ନି ପରୀକ୍ଷା’ ନାଟକ ମଞ୍ଚସ୍ଥ ହୋଇଥିଲା।

ବିଭିନ୍ନ ଭୂମିକାରେ ମାନସ ମଲ୍ଲିକ, ଅଶୋକ ମଲ୍ଲିକ, ଆଶିଷ ମଲ୍ଲିକ, ଅକ୍ଷୟ ମଲିକ, ବେଣୁଧର ମଲିକ, ପ୍ରତାପ ମଲିକ, ବୁଦ୍ଧେଶ୍ୱର ମଲିକ, ସଞ୍ଜୟ ମଲିକ, ଅନିଲ ମଲିକ, ସୁଜିତ ମଲିକ, ଧର୍ମେନ୍ଦ୍ର ମଲିକ, ଜଗବନ୍ଧୁ ମଲିକ, ନିତେଶ ମଲିକ, ଓମ ପ୍ରକାଶ ମଲିକ, ପପୁ ମଲିକ, ଆକାଶ ମଲିକ ପ୍ରମୁଖ ନାଟକରେ ଅଭିନୟ କରିଥିଲେ। ଉପଦେଷ୍ଟା ବିରଞ୍ଚି ମଲ୍ଲିକ, ଧିରେନ୍ଦ୍ର ବେହେରା, ଅନାମ ଚରଣ ମଲିକ, ଦିବାକର ମଲିକଙ୍କ ସହିତ ସଦସ୍ୟମାନେ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମ୍ପାଦକ ମାନସ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ।