ଅସିତ୍ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତ ଡିସେମ୍ବର ୩୧ ତାରିଖରେ ଅବସର ପରେ ଆଜି ନୂଆ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାପର୍ଶଦାତା ଭାବେ ମଧ୍ୟ ଆଜି ଦାୟିତ୍ୱ ନେଇଛନ୍ତି ଶ୍ରୀଯୁକ୍ତ ତ୍ରିପାଠୀ। ଆଜି ଦାୟିତ୍ୱ ଗ୍ରହଣ ପରେ ପରିକ୍ଷଦର ସମସ୍ତ କାର୍ଯ୍ୟାବଳୀକୁ ସମୀକ୍ଷା କରିଛନ୍ତି ଶ୍ରୀଯୁକ୍ତ ତ୍ରିପାଠୀ । ଏଥି ସହ ସେ ଆଞ୍ଚଳିକ ପରିଷଦ, ପର୍ଯ୍ୟଟନ,ଶିଳ୍ପ, କୃଷି ସମେତ କିଛି ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେ ।