କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବଡ ଖୁସି ଖବର

ଭୁବନେଶ୍ୱର(ଏସ୍ ନ୍ୟୁଜ): କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ବଡ ଖୁସି ଖବର । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ୍ ରାଶି ସମେତ ସହାୟତା ରାଶିକୁ ମଞ୍ଜୁରି ମିଳିଛି । ୫୯.୭୮ କୋଟିର ବୋନସ୍ ସମେତ ୯୨.୩୭ କୋଟିର ବୋନସ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ କର୍ମଚାରୀଙ୍କ ମୃତ୍ୟୁ ଓ ଅକ୍ଷମତା ସହାୟତା ରାଶିକୁ ୨ ଗୁଣ ବୃଦ୍ଧି କରାଯାଇଛି । ସହାୟତା ରାଶି ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।