ଯାଜପୁର କୁନ୍ଦଳଠାରେ ନକଲି ସସ୍ କାରଖାନା ଉପରେ ଚଢ଼ାଉ

ଯାଜପୁର(ଏସ୍ ନ୍ୟୁଜ ):ଗତକାଲି ରାତିରେ ଯାଜପୁର ଜିଲ୍ଲାରେ କୁନ୍ଦଳଠାରେ ସସ୍ କାରଖାନା ଉପରେ ଚଢ଼ାଉ କରିଛି ବଡ଼ଚଣା ପୋଲିସ । ଦୀର୍ଘ ଦିନ ଧରି ଏଠାରେ ସସ୍ କାରଖାନା ଚାଲିଥିଲା । ଏଠାରୁ ସସ୍ ସାମଗ୍ରୀ ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା ।
ଅପମିଶ୍ରଣ କରାଯାଉଥିବା ଅଭିଯୋଗ ଆସିବା ପରେ ଗତକାଲି ରାତିରେ ବଡ଼ଚଣା ପୋଲିସ ଓ ଦର୍ପଣ ତହସିଲ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରା ଯାଇଥିଲା । ସମ୍ପୃକ୍ତ ସସ୍ କାରଖାନାକୁ ସିଲ୍ କରା ଯାଇଛି । ସସ୍ ର ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଖାନା ମାଲିକଙ୍କୁ ନୋଟିସ୍ ଦେଇ ପୋଲିସ ଛାଡିଦେଇଥିବା ବଡ଼ଚଣା ପୋଲିସ ପକ୍ଷରୁ ସୂଚନା ମିଳିଛି |