ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୨ ଗୁରୁତର

ବାଲେଶ୍ବର : ସୋରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡ଼ିକୁ ଧକା ଦେଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି ଓ  ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୧୬ ନମ୍ୱର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢ଼ାବା ନିକଟରେ ଏକ ଅଜଣା ଗାଡ଼ିକୁ କୁକୁଡ଼ା (୪୦୭)ପିକଅପ୍ ଧକା ଦେବାରୁ ଘଟଣା ସ୍ଥଳରେ ପଶ୍ଚିମବଙ୍ଗର ଦୁଇ ଯୁବକ ସୈଫୁଲ ଗାଜି ଓ ଅଶ୍ରଫ ସର୍ଦ୍ଦାରଙ୍କ ମୃତ୍ୟୁ ଘଟିଛି । ପିକଅପରେ ଥିବା ଅନ୍ୟ ଦୁଇ ଯୁବକ ସେଫ ସର୍ଦ୍ଦାର ଓ ଆଲମ୍ ଗିରି ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । କୁକୁଡ଼ା ଗାଡିରେ ଅଟକିଥିବା ଦୁଇ ଯୁବକଙ୍କୁ ସୋର ଦମକଳ ବାହିନୀ ଗ୍ୟାସ କଟରରେ କାଟି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ, ତେବେ ଡାକ୍ତର ମୃତ ଘୋଷଣା କରିଥିଲେ । କୁକୁଡ଼ା ଗାଡ଼ିଟି ଖୋର୍ଦ୍ଧାରେ କୁକୁଡ଼ା ଦେଇ ପଶ୍ଚିମବଙ୍ଗ ଫେରିଲା ବେଳେ ଭୋର ୫ଟାରେ ଏହି ଦୁର୍ଘଟଣା ଘଟିଛି।