ବାଲିଯାତ୍ରା ବିବାଦ: ଦାଗୀ ଠିକା ସଂସ୍ଥାକୁ ପୁରସ୍କାର

କଟକ: ନିକଟରେ ଶେଷ ହୋଇଥିବା କଟକ ବାଲିଯାତ୍ରା ଆୟୋଜନରେ ନାନା ଗଫଲତି କରାଯାଇଥିବା ବିଷୟ ପଦାକୁ ଆସୁଛି । ବିଜେଡି କର୍ପୋରେଟର ତଥା ବାଲିଯାତ୍ରା ଆୟୋଜକ କମିଟି ସଭାପତି ପ୍ରଦୀପ୍ତ ଖୁଂଟିଆ କହିଛନ୍ତି ଯେ ତାଙ୍କ ବାରଣ ସତ୍ୱେ କଳାତାଲିକାଭୁକ୍ତ ଠିକାଦାରଙ୍କ ହାତକୁ କାମ ଦେଇଛନ୍ତି କଟକ କମିଶନର ।

ବାଲିଯାତ୍ରା ଆୟୋଜନକୁ ଲୋକମାନେ ଯେତିକି ତାରିଫ କରିଛନ୍ତି, ସେତିକି ସମାଲୋଚନା କରିଛନ୍ତି ।

ସତକଥା ହେଉଛି, ବାଲିଯାତ୍ରା ସଫଳତାର ଶ୍ରେୟ ନେବାକୁ ସମସ୍ତେ ହାଇଁପାଇଁ । ମାତ୍ର ସମାଲୋଚନାକୁ ମୁଣ୍ଡାଇବାକୁ କେହି ରାଜି ନୁହନ୍ତି ।

ସୂଚନା ମୁତାବକ, ୨୦୨୨ ବାଲିଯାତ୍ରା ଆୟୋଜନରେ ଯାବତୀୟ ତ୍ରୁଟି କରିଥିବା କନସେପ୍ଟ କମୁନିକେସନକୁ ଚଳିତ ବର୍ଷ କାମ ନଦେବା ପାଇଁ ପ୍ରଦୀପ୍ତ ସିଏମସି କମିଶନର, ସିଏମସି ମେୟର, ସହରାଂଚଳ ବିକାଶ ସଚିବ, ଆରଡିସି ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ମାତ୍ର ତାଙ୍କ କଥାକୁ କେହି କର୍ଣ୍ଣପାତ କଲେନି ।

ଶୁଣିବାକୁ ମିଳିଛି, ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ସୁପାରିଶ ମୁତାବକ ବିଭିନ୍ନ ସଂସ୍ଥାକୁ କଟକ ବାଲିଯାତ୍ରା କାମ ଦିଆଯାଇଥିଲା ।