ଭୁବନେଶ୍ୱରରେ ଆରମ୍ଭ ହେଲା ବାଲିଯାତ୍ରା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ବର ବାଲିଯାତ୍ରା । କୂଆଖାଇ ନଦୀ ପାଠାରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବାଲିଯାତ୍ରାରେ ୫୦୦ ରୁ ଅଧିକ ଷ୍ଟଲ ପଡିଛି ।

ଜନସାଧାରଣ ଷ୍ଟଲ ବୁଲିବା ସହିତ ବିଭିନ୍ନ ସୁସ୍ବାଦୁ ଭୋଜନର ମଜା ଏଠାରେ ଉଠାଇ ପାରିବେ । ଚିକ୍‌ମିକ୍‌ ଲାଇଟରେ ଏଠାରେ ପ୍ରତି ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ପ୍ରତିଦିନ । ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି ବାଲିଯାତ୍ରାକୁ ଉଦଘାଟନ କରିବେ । ଶେଷ ଦିନରେ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ଏଠାରେ ମେଲୋଡି କାର୍ଯ୍ୟକ୍ରମ ରଖାଯାଇଥିବା ବାଲିଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯଇଛି ।