କୃତ୍ରିମ ରକ୍ତ ତିଆରି କଲେ ବୈଜ୍ଞାନିକ

ବଂଚିବା ପାଇଁ ରକ୍ତର ଆବଶ୍ୟକତା ରହିଛି । କୃତ୍ରିମ ରକ୍ତ ତିଆରି କରିବା କୁହୁକ ଭଳି ଲାଗୁଛି । ସତରେ କ’ଣ ଆମ ବୈଜ୍ଞାନିକମାନେ କୃତ୍ରିମ ରକ୍ତ ତିଆରି କରିବାର ଦକ୍ଷତା ହାସଲ କରିଛନ୍ତି । ଲାବରେ ପ୍ରସ୍ତୁତ କୃତ୍ରିମ ରକ୍ତର ପ୍ରାଥମିକ ପର୍ଯ୍ୟାୟ କ୍ଳିନିକାଲ ପରୀକ୍ଷଣ ଆରମ୍ଭ ହୋଇଛି । ଉକ୍ତ ପରୀକ୍ଷଣ ସଫଳ ହେଲେ ରକ୍ତ ଅଭାବ ଦୂରୀଭୂତ ହୋଇଯିବ । ବହୁ ରୋଗୀ ନୂତନ ଜୀବନ ଲାଭ କରିବେ । ଆଜି ମଧ୍ୟ ‘ଓ ନେଗେଟିଭ୍‌’ ଭଳି ବିରଳ ବ୍ଲଡ୍‌ ଗ୍ରୁପ୍‌ ଅଭାବରୁ ବହୁ ରୋଗୀ ଅକାଳ ମୃତ୍ୟୁର ଶିକାର ହେଉଛନ୍ତି ।

କୃତ୍ରିମ ରକ୍ତର କ୍ଳିନିକାଲ ପରୀକ୍ଷଣରେ ମାତ୍ର ୫ରୁ ୧୦ ମିଲି ପରିମାଣର କୃତ୍ରିମ ରକ୍ତ ବ୍ୟବହାର କରାଯାଇଛିି । କୃତ୍ରିମ ରକ୍ତ ତିଆରି କରିବା ପାଇଁ ଜଣେ ରକ୍ତଦାତାଙ୍କଠାରୁ ଷ୍ଟେମ୍‌ ସେଲ୍‌ ସଂଗ୍ରହ କରାଯାଇଥିଲା ।

ୟୁନିଭର୍ସିଟି ଅଫ୍‌ ବ୍ରିଷ୍ଟଲରେ କାର୍ଯ୍ୟରତ ପ୍ରଫେସର ଓ ଏନ୍‌ଆଇଏଚ୍‌ଆର୍‌ ବ୍ଲଡ୍‌ ଆଣ୍ଡ ଟ୍ରାନ୍ସପ୍ଲାଂଟ ନିର୍ଦ୍ଦେଶକ ଏସେଲ ଟୟ କହନ୍ତି, ଷ୍ଟେମ୍‌ ସେଲକୁ ବ୍ଲଡ୍‌ ସେଲ୍‌ରେ ପରିଣତ କରିବା ଓ ତା’ର ପରୀକ୍ଷଣ ବିରାଟ ବଡ଼ ପଦକ୍ଷେପ । ପ୍ରଥମ ଥର ପାଇଁ ଜଣେ ସୁସ୍ଥ ମଣିଷଙ୍କୁ କୃତ୍ରିମ ରକ୍ତ ଦିଆଯାଇଛି । ଆମ ବୈଜ୍ଞାନିକ ମଣ୍ଡଳୀଙ୍କ ଦୀର୍ଘବର୍ଷର ସାଧନା କେତେ ମାତ୍ରାରେ ପ୍ରଭାବଶାଳୀ, ତାହା ଜାଣିବା ପାଇଁ ଆମ ସମସ୍ତଙ୍କ ମନରେ ଉକ୍ରଣ୍ଠା ପ୍ରକାଶ ପାଇଛି ।