୨୦୨୨ ଜୁନ୍ ସୁଦ୍ଧା ବସ୍ ଟର୍ମିନାଲ କାମ ଶେଷ ହେବ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ଭୁବନେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭି. କେ. ପାଣ୍ଡିୟାନ୍ । ଆଜି ସକାଳୁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ବରମୁଣ୍ଡାରେ ନିର୍ମାଣଧୀନ ଅତ୍ୟାଧୁନିକ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ କାମର ଅନୁଧ୍ୟାନ କରିଛନ୍ତି । ୨୦୨୨ ଜୁନ୍ ସୁଦ୍ଧା ବସ୍ ଟର୍ମିନାଲ ନିର୍ମାଣ କାମ ଶେଷ ହେବ । ୧୫ ଏକକରୁ ଅଧିକ ଜାଗାରେ ନିର୍ମାଣଧୀନ ଏହି ପ୍ରକଳ୍ପରେ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଖଣ୍ଡଗିରିରେ ୩୦୦ ବସ୍ ପାର୍କିଂ କ୍ଷମତା ବିଶିଷ୍ଟ ବସ୍ ଡିପୋ ମଧ୍ୟ ଏହାର ଏକ ଅଂଶ । ଉନ୍ନତମାନ କାମ ଓ ନିର୍ଦ୍ଧାରିତ ସମୟରେ ସାରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଫାଇଭ୍ ଟି ସଚିବ ।